ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

କଳାହାଣ୍ଡି,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଡିଭିଏଫ ଓ ସିଆରପିଏଫର ମିଳିତ ଚଢ଼ଉ ବେଳେ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ । ପୁଲିସ ପକ୍ଷରୁ ମାଓ କ୍ୟାମ୍ପରୁ ଦେଶୀ ବନ୍ଧୁକ, ଡିଟୋନେଟର, ବ୍ୟାଟେରୀ, ମାଓ ପୋଷାକ, ଔଷଧ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ସିପିଆଇ ମାଓବାଦୀ ଘୁମୁଷୁର ନାଗବଳୀ ଡିଭିଜନର ପ୍ରାୟ ୧୦ରୁ ୧୫ ମାଓ କ୍ୟାମ୍ପ କରି କୌଣସି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିବାବେଳେ ପୁଲିସ ମାଓବାଦୀଙ୍କ ଏଭଳି କାଣ୍ଡକୁ ପଣ୍ଡ କରିଛି ।