ଗଣତନ୍ତ୍ର ଦିବସକୁ ବର୍ଜନ କରିବା ପାଇଁ ମାଓ ବ୍ୟାନର

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଅନ୍ୟ ପଟେ ଖପ୍ରାଖୋଲ ବ୍ଲକ୍ ମାଓ ପ୍ରବଣ ଚାବିରିପାଲି ଗାଁ ନିକଟରେ ମାଓବାଦୀମାନେ ଏହି ଦିବସ ବର୍ଜନ କରିବା ପାଇଁ ୨ଟି ବ୍ୟାନର ମାରିଥିବାର ଦେଖିବାକୁ ମିଳିଛି। ବ୍ୟାନରରେ ଉଲ୍ଲେଖ ଅଛି ଯେ ଗଣତନ୍ତ୍ର ଦିବସକୁ ବର୍ଜନ କରିବା ସହ ଗାଁ ଗାଁରେ କଳାପତାକା ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି, ଗରିବ ଉଖଡ଼ତି ଯାର ଫାଇଦା ନାହିଁ ଜନସାଧାରଣଙ୍କୁ ଅନ୍ଧାରରେ ରଖାଯାଇଛି। ଏଥିସହ ମାଓବାଦୀମାନେ ବ୍ୟାନର ମାଧ୍ୟମରେ ୫ଟି ଦାବି କରିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ଗତକାଲି ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଖପ୍ରାଖୋଲ ବ୍ଲକ୍ ଚାବିରିପାଲି ଗାଁରୁ ବୁଡେନ ପୁଲିସ ଉକ୍ତ ଦୁଇଟି ବ୍ୟାନରକୁ ଜବତ କରିଛି। ଏହି ବ୍ୟାନର ତଳେ ଉଲ୍ଲେଖ ଅଛି ଯେ ଗନ୍ଧମାର୍ଦ୍ଧନ ଏରିଆକମିଟି ଓ ଅନ୍ୟଥିରେ ବଲାଙ୍ଗିର ବରଗଡ଼ ମହସୁମଣ୍ଡ ଡିଭିଜନ କମିଟି ମାଓବାଦୀ ଲେଖାଯାଇଛି।