ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପୁଣି ମାଓ ବେନର ଦେଖିବାକୁ ମିଳିଛି । କିଛିଦିନ ନୀରବତା ପରେ ଆଜି ଭୋର ସକାଳୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାର ପ୍ରାଙ୍ଗଣରେ କିଛି ମାଓ ବେନର ଟଙ୍ଗା ହୋଇଥିବା ଯୋଗୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ବେନରରେ ୬ଟି ଦାବି ରଖାଯାଇଛି । ସେଗୁଡ଼ିକ ହେଲା, ମାଓବାଦୀଙ୍କ ୧୯ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ ଶତ୍ରୁର ଆକ୍ରମଣକୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ । ପାଟିକୁ ଧକ୍କା ଦେଇ ପୁଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ଦିଅନ୍ତୁ । ପାର୍ଟି ଆପଣଙ୍କର ହୋଇଥିବାରୁ ପିଡ଼ିତ ଲୋକଙ୍କ ମୁକ୍ତି ପାଇଁ ସଂଘର୍ଷ କରୁଛୁ । ଏହି ପାର୍ଟିକୁ ବଞ୍ଚାଇ ରଖିବା ଗରିବ ଲୋକଙ୍କ ଦାୟିତ୍ୱ । ପୁଲିସ ଅର୍ଦ୍ଧସୈନିକ ବାହିନୀ ଜମିଦାର ପୁଞ୍ଜିବାଦି ସାମ୍ରାଜ୍ୟବାଦୀ ସେମିତି ଲୁଣ୍ଠନ ଶ୍ରେଣୀଙ୍କୁ ରକ୍ଷା କରୁଛି । ଉଚିତ ଲୋକଙ୍କ ଉପରେ ଦମନ ଅତ୍ୟାଚାର ଚାଲୁଛି । ପୁଲିସର ସୂଚନା ଦାତାଙ୍କୁ ଗାଁରୁ ଖେଦି ଦିଅନ୍ତୁ । ମାଓବାଦୀ ପାର୍ଟିକୁ ସହଯୋଗ କରନ୍ତୁ ।