ପୁଣି ପୁଲିସ ସାମ୍ନାରେ ଜ୍ୟାକଲିନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସାମ୍ନାରେ ପୁଣି ହାଜର ହୋଇଛନ୍ତି । ଇଓଡବ୍ଲ୍ୟୁ ଅଫିସ ବାହାରୁ ଜ୍ୟାକଲିନଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ହ୍ୱାଇଟ ସୁଜ୍‌, ବ୍ଲୁ ଡେନିମ ଓ କ୍ରୀମ କଲର ଜ୍ୟାକେଟରେ ବେଶ୍ ଷ୍ଟାଇଲିସ ଦିଶୁଛନ୍ତି । ଏହାପୂର୍ବରୁ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୧୪ରେ ଜେରା କରାଯାଇଥିଲା । ୮ ଘଣ୍ଟା ଧରି ହୋଇଥିବା ଜେରାରେ ଜ୍ୟାକଲିନ ଖୁବ୍ ଚିନ୍ତିତ ଓ ଅସହଜ ନଜର ଆସୁଥିଲେ । ଏହି ସମୟରେ ପୁଲିସ ତାଙ୍କୁ ୫୦ଟି ପ୍ରଶ୍ନ ପଚାରିଥିଲା । ସେଥିରୁ କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ପୁଲିସ ତାଙ୍କୁ ପୁଣି ସମନ ପଠାଇଥିଲା ।

ସୂଚନାଯୋଗ୍ୟ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟତୀତ ଅଭିନେତ୍ରୀ ନୋରା ଫତେହୀଙ୍କୁ ମଧ୍ୟ ପୁଲିସ ଉକ୍ତ ମାମଲାରେ ଜେରା କରିଛି ।