Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ମୃତ, ଏକାଧିକ ନିଖୋଜ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ମୃତ, ଏକାଧିକ ନିଖୋଜ

କୋଲକାତା,ଏଜେନ୍ସି: ବିଜୟା ଦଶମୀରେ ପଶ୍ଚିମବଙ୍ଗ ଜଲପାଇଗୁଡିରେ ବଡ ଅଘଟଣ ଘଟିଯାଇଛି । ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି ୪୦ ଜଣ ଭାସିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକାଧିକ ଲୋକେ ଏବେ ବି ନିଖୋଜ ଅଛନ୍ତି । ପୋଲିସ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଲପାଇଗୁଡି ଜିଲ୍ଲା ପ୍ରଶାସନ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ।

ସୂଚନା ମୁତାବକ, ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ସନ୍ଧ୍ୟାରେ ୪୦ରୁ ଅଧିକ ଲୋକେ ମାଲବଜାର ନିକଟ ମାଲ ନଦୀରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରୁଥିଲେ । ହଠାତ୍ ଏତିକି ବେଳେ ନଦୀରେ କୃତ୍ରିମ ବନ୍ୟା ଆସିଥିଲା । ଫଳରେ ସମସ୍ତେ ଭାସି ଯାଇଥିଲେ । କିନ୍ତୁ ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଯୋଗୁଁ ଉଛୁଳା ନଦୀରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ହେଲେ ଏଥିରେ ୮ ଜଣ ପ୍ରାଣ ହରାଇ ଥିବାବେଳେ ଏବେ ବି କିଛି ଲୋକ ନଦୀରେ ନିଖୋଜ ଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୂର୍ତ୍ତି ବିସର୍ଜନ ବେଳେ ଜଲପାଇଗୁଡି ଅଘଟଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।