ଅନୁଗୋଳରେ ରାବଣ ଦହନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ,ଏନ୍ଏନ୍ଏସ୍: ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡି । ବିଜୟା ଦଶମୀ ଅବସରରେ ଅନୁଗୋଳ ଜିଲ୍ଲାର ତାଳଚେର ସାଉଥବଲଣ୍ଡା ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାମ ରୂପରେ ଅଭିଷିକ୍ତ ହୋଇ ରାବଣରେ ଅଗ୍ନି ସଂଯୋଗ କରିଥିଲେ । ଆତସବାଜିରେ କମ୍ପି ଉଠିଥିଲା ପୁରା ଅଞ୍ଚଳ ।

ହଜାର ହଜାର ଦେଖଣାହାରୀ ଦୁର୍ଗାମଣ୍ଡପ ପଛପାଖ ପଡିଆରେ ଏକାଠି ହୋଇ ଏହି ରାବଣ ପୋଡି ଉତ୍ସବକୁ ଉପଭୋଗ କରିଥିଲେ । ବିଜୟା ଦଶମୀ ଦିନରେ ଅଧର୍ମର ଉପରେ ସତ୍ୟର ଜୟ ହୋଇଥିବା ନେଇ ଶିକ୍ଷାମନ୍ତ୍ରୀ ଜନସାଧାରଣକୁ ସମ୍ବୋଧିତ କରି ଦଶହରାର ଶୁଭେଚ୍ଛା ଜଣାଇଥିଲେ । ମନ୍ତ୍ରୀ ଏହି ଗ୍ରସ୍ତ ସମୟରେ ଦେଉଳବେଡା ୱାର୍ଡ ନଂ ୧୮ରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜନ ମଧ୍ୟ କରିଥିଲେ ।