ସଟଡାଉନ ନିୟମ ଉଲଂଘନ କରି କ୍ବାରେଣ୍ଟାଇନରେ ଗଲେ ୧୦ରୁ ଊର୍ଦ୍ଧ୍ବ

ଭୁବନେଶ୍ବର,ଭଦ୍ରକ,ଏନ୍ଏନ୍ଏସ୍: କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନ ନିଏ ସେନେଇ ରାଜ୍ୟ ସରକାର ଗତକାଲି କଟକ, ଭୁବନେଶ୍ବର ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରିଥିଲେ। ଏହି ନିୟମ କାଲି ରାତି ୮ଟାରୁ ଲାଗୁ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଭଦ୍ରକରେ ସଟଡାଉନ ଉଲଘଂନ ଅଭିଯୋଗରେ ୯ଜଣ ଯୁବକଙ୍କୁ କ୍ୱାରେଣ୍ଟାଇନ ପଠାଇଛି ପୋଲିସ ।
ଭଦ୍ରକ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ଔଷଧ ଦୋକାନ ସହରରେ କେବଳ ଖୋଲା ରହିଛି। ରାସ୍ତାଘାଟ ପୁରା ଶୂନଶାନ ରହିଛି । ତେବେ ଭଦ୍ରକରେ ନିୟମ ନମାନି ବାହାରେ ବୁଲୁଥିବାରୁ ୯ଜଣ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ଭଦ୍ରକ ପୋଲିସ୍ ସମସ୍ତଙ୍କୁ ୧୪ ଦିନିଆ କ୍ୱାରେନଟାଇନରେ ପଠାଇଦେଇଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଜାରି ହୋଇଥିବା ବେଳେ ଏହି କଟକଣାକୁ ଉଲଘଂନ ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।