ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ବାପା ହେବାକୁ ଯାଉଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବରରେ ତାଙ୍କ ଘରକୁ ନୂଅ ଅତିଥି ଆସିବେ ବୋଲି ମନପ୍ରୀତ ଜଣାଇଛନ୍ତି।
ସୂଚନାଯୋଗ୍ୟ, ମନପ୍ରୀତ ସିଂହ ୨୦୨୦ ଡିସେମ୍ବର ୧୬ରେ ମାଲେସିଆର ଇଲି ନଜୱା ସିଦ୍ଦିକିଙ୍କୁ ବିବାହ କରିଥିଲେ। ମନପ୍ରୀତ ୨୦୧୩ରେ ଇଲିଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ।