ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ସାକାଳେ ୨ଜଣ ଦୁର୍ବୁତ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ କରିଥିବା ଘଟଣାକୁ ଝାରସୁଗୁଡ଼ା ପ୍ରେସ କ୍ଲବ ପକ୍ଷରୁ ନିନ୍ଦା କରାଯାଇଛି। ଏହାସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି। ସେହିପରି ଗୁରୁତର ଆହତ ହୋଇଥିବା ସାମ୍ବାଦିକ ଶୀ ଭଞ୍ଜଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ କଡ଼ା ଆଇନ ବ୍ୟବସ୍ଥା କରନ୍ତୁ ବୋଲି ଝାରସୁଗୁଡ଼ା ପ୍ରେସ କ୍ଲବ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର, ଉପଦେଷ୍ଟା ମେହେବୁବ ମେହେତା, ସମ୍ପାଦକ ସୁଦାମ ସାହୁ, ସନ୍ତୋଷ ସାହୁ, ବିକ୍ରମ ମହାପାତ୍ର, ସିତମ ପ୍ରଧାନ, ମୁକେଶ ପ୍ରଧାନ, ପ୍ରଶାନ୍ତ ମାଝୀ, ରବି କୁମାର, ଗୁରୁଚରଣ ବାଗ ଓ ଆନନ୍ଦୀୟରାଜ ଖଡ଼ଙ୍ଗା ପ୍ରମୁଖଙ୍କ ସହ ସଦସ୍ୟମାନେ ଉପସ୍ଥିତ ଥିଲେ।