ଜେଲରେ କଟିବ ସିସୋଦିଆଙ୍କ ହୋଲି, ଆସନ୍ତା ୧୦ରେ ଜାମିନ ଆବେଦନର ଶୁଣାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଜାମିନ ଆବେଦନର ଶୁଣାଣୀ ମାର୍ଚ୍ଚ ୧୦ ତାରିଖରେ ହେବ । ଏହାର ଅର୍ଥ ସିସୋଦିଆଙ୍କ ହୋଲି ଜେଲରେ କଟିବ । ଅନ୍ୟପଟେ ସିସୋଦିଆଙ୍କ ରିମାଣ୍ଡ ୩ ଦିନ ବଢ଼ାଇବାକୁ ସିବିଆଇ ଦାବୀ କରିଛି । ସିସୋଦିଆ ଯାଞ୍ଚରେ ସହଯୋଗ କରୁନଥିବା ଦର୍ଶାଇ ସିବିଆଇ ଓକିଲ ରିମାଣ୍ଡ ଦାବୀ କରିଛନ୍ତି । ଯାଞ୍ଚରେ ଅସହଯୋଗ ରିମାଣ୍ଡର ଆଧାର ହୋଇପାରିବନି ବୋଲି ସିସୋଦିଆଙ୍କ ଓକିଲ କହିଛନ୍ତି ।

ଅନ୍ୟପେଟ କୋର୍ଟ ପକ୍ଷରୁ କେତେ ଘଣ୍ଟା ଜେରା ହୋଇଥିବା ନେଇ ସିବିଆଇକୁ ପ୍ରଶ୍ନ କରାଯାଇଛି । ସିସୋଦିଆ ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ ସହଯୋଗ କରୁନଥିବାବେଳେ ମାତ୍ର କେତେଜଣ ଅଧିକାରୀଙ୍କ ସହ ତାଙ୍କର ଆମ୍ନାସାମ୍ନା ହୋଇଛି ବୋଲି ସିବିଆଇ କହିଛି। ସିସୋଦିଆଙ୍କ ତରଫରୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିବାରୁ ସେଥିରେ ସମୟ ଲାଗିଲା । ଭିନ୍ନ ଭିନ୍ନ ସାକ୍ଷୀଙ୍କ ସହ ଆମ୍ନାସାମ୍ନା କରିବାର ଅଛି । କିଛି କାଜଗପତ୍ର ଯାଞ୍ଚ ହେବାର ଆବଶ୍ୟକତା ରହିଛି ।