ନବରଙ୍ଗପୁରରେ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ମଣ୍ଡେଇ’ ଚନ୍ଦନ ଧାରାରୁ ଶୁଭାରମ୍ଭ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ଟେମରା ଗ୍ରାମପଞ୍ଚାୟତସ୍ଥିତ ଚନ୍ଦନ ଧାରା ଶୈବପୀଠରେ କଳା, ସଂସ୍କୃତି, ପରମ୍ପରା, ଭାଇଚାରା ସମ୍ପର୍କ, ଲୁକ୍କାୟିତ ପାରମ୍ପରିକ କଳା ଓ ପ୍ରତିଭା ବିକାଶ ଲାଗି ଜିଲ୍ଲାସ୍ତରୀୟ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏମପି ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉଠା ଜଳସେଚନ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଓ ବିଡିଓ ସତ୍ୟ ନାରାୟଣ ମେହେରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ମଣ୍ଡେଇ ପୋଷ୍ଟର ଉନ୍ମୋଚନ କରାଯାଇ