ଶୀତକାଳୀନ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜନାଥ ସିଂହଙ୍କ ସମେତ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟେଲ, ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ, କଂଗ୍ରେସ ନେତା ଜୟରାମ ରମେଶ, ଗୌରବ ଗୋଗୋଇ, ପ୍ରମୋଦ ତିୱାରୀ, ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଏନସିପି ନେତା ଫୌଜିୟା ଖାନ୍ ପ୍ରମୁଖ ସାମିଲ ଥିଲେ ।

ସର୍ବଦଳୀୟ ବୈଠକ ପରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ । ସରକାର ସୃଜନଶୀଳ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ସଂସଦର କାର୍ଯ୍ୟାବଳୀକୁ ସୂଚାରୁ ରୂପେ ତୁଲାଇବା ପାଇଁ ବିରୋଧୀଙ୍କୁ ଅନୁରୋଧ କରାଯାଇଛି । ଆମେ ବିରୋଧୀଙ୍କ ପରାମର୍ଶକୁ ସକାରାତ୍ମକ ଭାବେ ନେଇଛୁ । ଆଜିର ବୈଠକରେ ୨୩ ଦଳର ୩୦ ଲୋକ ସାମିଲ ଥିଲେ ।