ମଣ୍ଡେଇ ୨୦୨୩ ଆଲୋଚନା ଚକ୍ର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ମହାନ ଐତିହ୍ୟ ଓ ସଂସ୍କୃତିର ପ୍ରତୀକ ଲୋକ ମହୋତ୍ସବ ମଣ୍ଡେଇ ପାଳନ ଅବସରରେ ସ୍ଥାନୀୟ ଆରସିଡି ନୋଡାଲ ହାଇସ୍କୁଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ସ୍ମରଣିକା କମିଟି ଅଧ୍ୟକ୍ଷ ବିଜୟ ଚୌଧୁରୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁପ୍ରିୟା ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଏବଂ ମୁଖ୍ୟବକ୍ତା ଭାବେ ଡିଏଭି ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡା. ପୂର୍ଣ୍ଣ ଚନ୍ଦ୍ର ତନ୍ତୀ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ବିଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ । ବିଭିନ୍ନ ନିବନ୍ଧକୁ ନେଇ ଦୀର୍ଘ ସମୟ ଧରି ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଥିବାବେଳେ ଦୁର୍ଗା ପ୍ରସାଦ ପାଢ଼ୀ, ମନୋରଞ୍ଜନ ତ୍ରିପାଠୀ, ବଲ୍ଲଭ ରାଉତ, ଡା. ପ୍ରଦୀପ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଆଶୁତୋଷ ପାତ୍ର, ପ୍ରଭାସିନୀ ମହାନ୍ତି, ଜେମାମଣି ବିଷୋୟୀ, ଡା. ରଘୁନାଥ ଶତପଥୀ, ହେମଲତା ମାଝୀ, କେଦାରେଶ୍ୱର ପଟ୍ଟନାୟକ, ସାଇମନ ବିଡ଼ିକା, ସଙ୍ଗୀତା ତ୍ରିପାଠୀ ଓ ସ୍ୱର୍ଣ୍ଣଲତା ପଟ୍ଟନାୟକ ନିଜ ନିଜ ନିବନ୍ଧ ଖୁବ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସାଇକେର ଏଜୁକେଶନ, ମଡେଲ ଡିଗ୍ରୀ କଲେଜ, ଆର ସି ଡି ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ମହେଶ୍ୱର ନାୟକଙ୍କ ସ୍ୱରଚିତ ମଣ୍ଡେଇ ଗୀତରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଓ କମିଟିର କର୍ମକର୍ତ୍ତାମାନେ କଳାକାରଙ୍କ ସହ ନାଚିବା ଦୃଶ୍ୟ ଦର୍ଶକମାନେ ଖୁବ୍ ଉପଭୋଗ କରିଥିଲେ । କମିଟିର ସଦସ୍ୟ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, କିଶୋର ପଟ୍ଟନାୟକ, ରାମ ପ୍ରସାଦ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, ଉପଜିଲ୍ଲାପାଳ ପି.ମନସ୍ମିତା ଓ ସହକାରୀ ଜିଲ୍ଲାପାଳ ଆଶୁତୋଷ ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମଣ୍ଡେଇ ସ୍ମରଣୀକା କମିଟି ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।