ନେହେରୁଙ୍କ ଭୁଲ କାରଣରୁ ହେଲା PoK

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ବର ୪ରୁ ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ସହ ଜଡ଼ିତ ୨ଟି ବିଲ୍ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବଧେୟକ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁର୍ନଗଠନ ସଂଶୋଧନ ବିଧେୟକ-୨୦୨୩ ଉପରେ ଜବାବ ଦେଇଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କଶ୍ମୀର(PoK)ର ସମସ୍ୟା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କାରଣରୁ ହୋଇଥିଲା । ସମ୍ପୂର୍ଣ୍ଣ କଶ୍ମୀର ଆମ ହାଥକୁ ଆସିବା ପୂର୍ବରୁ ପଞ୍ଜାବରେ ସିଜଫାୟର କରିଦିଆଗଲା, ନଚେତ୍ ଆଜି ଏହା ଆମର ହୋଇ ରହିଥାନ୍ତା । ନେହରୁଙ୍କ ଭୁଲ କାରଣରୁ ଏହା ପାକିସ୍ତାନ ଅଧିକୃତ କଶ୍ମୀର ହୋଇଗଲା ।

ଅମିତ ଶାହଙ୍କ ଏହି ବୟାଚୁ ନେଇ କଂଗ୍ରେସ ଆପତ୍ତି ଜାହିର କରିବା ସହ ସଂସଦରେ ହଙ୍ଗାମା କରିଥିଲେ । ପରେ ସଦନରୁ ଚାଲି ଯାଇଥିଲେ ।