ପାଳଗଦାରେ ନିଆଁ ଲଗାଇବା ବେଳେ ପୋଡି ହୋଇ ଯୁବକ ଗୁରୁତର

ଢେଙ୍କାନାଳ,ଏନ୍ଏନ୍ଏସ୍: କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ଗାଁ’ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଳ ଗଦାରେ ନିଆଁ ଲଗାଇବାବେଳେ ଜଣେ ଯୁବକ ପୋଡି ହୋଇ ଗୁରୁତର ହୋଇଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କ ଶରୀରର ୪୦ରୁ ୫୦ ପ୍ରତିଶତ ଭାଗ ପୋଡ଼ିଯାଇଥିବା ଜଣାପଡ଼ିଛି।