Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୋଦୀଙ୍କ ମନ କି ବାତ: ଲମ୍ବା ଚାଲିବ କରୋନା ଲଢ଼େଇ, ସମସ୍ତେ ଅଧିକ ସତର୍କ ରୁହନ୍ତୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୋଦୀଙ୍କ ମନ କି ବାତ: ଲମ୍ବା ଚାଲିବ କରୋନା ଲଢ଼େଇ, ସମସ୍ତେ ଅଧିକ ସତର୍କ ରୁହନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ କାର୍ଯ୍ୟକମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରରେ କରୋନା ଲଢ଼େଇ ଲମ୍ବା ଚାଲିବାର ସଙ୍କେତ ଦେବା ସହ ଅର୍ଥ ବ୍ୟବସ୍ଥାର ବଡ଼ କ୍ଷେତ୍ର ଖୋଲିବାର କାରଣ ସେ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଏବେ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ସଂକ୍ରମଣ ଯୋଗୁ ଗରିବ ଓ ଶ୍ରମିକ ଅଧିକ ପ୍ରଭାବିତ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିିଛନ୍ତି। ଏଥି ସହିତ କରୋନା ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଦେଶବାସୀଙ୍କ ସାମୂହିକ ପ୍ରୟାସ ବଳରେ କରୋନ ବିରୋଧ ଲଢ଼େଇକୁ ଆମେ ଦୃଢ଼ ଭାବେ ଲଢ଼ିପାରୁଛୁ। ଅଧିକ ଜନସଂଖ୍ୟା ସତ୍ତେ୍ୱ ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା କମ୍ ରହିଛି। ସବୁଠୁ ଖୁସିର କଥା ହେଲା, ଏଭଳି ଏକ ସଙ୍କଟ କାଳରେ ଗାଁରୁ ସହର, ଛୋଟ ବେପାରୀରୁ ଷ୍ଟାର୍ଟଅପ ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ନୂଆ ନୂଆ ଆବିଷ୍କାର କରୁଛନ୍ତି। ଏହି ଲଢ଼େଇରେ ନିଜର ସବୁକିଛି ସମର୍ପିତ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଗଣିତ ରହିଛି। ସେବା ଓ ତ୍ୟାଗ ଭାରତର ଆଦର୍ଶ ବୋଲି ଏମାନେ ପ୍ରମାଣ କରି ଦେଖାଇଛନ୍ତି।

ଦେଶର ଅର୍ଥ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ହେଉଛି। ଟ୍ରେନ ଓ ବିମାନ ସେବା ଆରମ୍ଭ ହୋଇଯାଇଛି। ଗରିବ ଓ ଶ୍ରମିକଙ୍କ ପୀଡ଼ା ଶଦ୍ଦରେ କହିହେବ ନାହିଁ। ସେମାନଙ୍କ ଦୁଃଖ ଦୂର କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ ହେବ। ଆତ୍ମନିର୍ଭର ଭାରତ ଦିଗରେ ଦେଶ ଆଗକୁ ବଢ଼ୁଛି। ସ୍ଥାନୀୟ ଉତ୍ପାଦନକୁ ଲୋକେ ଗୁରୁତ୍ୱ ଦେବା ଆରମ୍ଭ କଲେଣି। ଏହି ଅବସରରେ ଅମ୍ଫାନ ବାତ୍ୟାର ମୁକାବିଲାକୁ ନେଇ ମୋଦୀ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ପ୍ରଶଂସା ମଧ୍ୟ କରିଥିଲେ।

କରୋନା ଭ୍ୟାକ୍ସିନ ପାଇଁ ଆମ ଲ୍ୟାବ୍ରେ ଯେଉଁ ପ୍ରସ୍ତୁତି ଚାଲିଛି ତା’ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଆଶା ରହିଛି କି ଆମେ ନିଶ୍ଚୟ ସଫଳ ହେବୁ। ଏଥି ସହିତ କରୋନା ବିପକ୍ଷ ଲଢ଼େଇରେ ଯୋଗ ବେଶ ସହାୟକ ହେବ। ବିଶ୍ୱର ଅନେକ ବଡ଼ ବଡ଼ ନେତା ମଧ୍ୟ ଏବେ ଯୋଗ ଓ ଆୟୁର୍ବେଦ ସମ୍ପର୍କରେ ଜାଣିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି। କମ୍ୟୁନିଟି ଓ ଇମ୍ୟୁନିଟି ଉଭୟ ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ଆୟୁଷ୍ମାନ ଭାରତ ଯୋଜନାରେ କୋଟିଏରୁ ଅଧିକ ଲୋକ ଉପକୃତ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ। ପ୍ରଥମେ ୨୧ ଦିନ ପାଇଁ ହୋଇଥିବା ଏହି ଲକଡାଉନ ପରେ ବିଭିନ୍ନ ଚରଣରେ ବଢ଼ାଯାଇଛି।