ରାୟଗଡ଼ା ଜିଲ୍ଲା ପୁଲିସର ଟିକିରି ସହରରେ ଫ୍ଲାଗ ମାର୍ଚ୍ଚ ଓ କରୋନା ପାଇଁ ସଚେତନତା

ରାୟଗଡ଼ା,ଏନ୍ଏନ୍ଏସ୍: ମହାମାରୀ କରୋନାର ସଚେତନତା ପାଇଁ ରାୟଗଡ଼ା ଜିଲ୍ଲା ପୁଲିସ ପ୍ରଶାସନ, ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସଙ୍କ ନେତୃତ୍ୱରେ ଟିକିରି ଆଇଆଇସି ବନ୍ଦନା ନାଏକ, ଏସ ଆଇ ବିକାଶ ପ୍ରଧାନ, ଏସ ଆଇ ଭାସ୍କର ମୋରା, ଅଣ୍ଡରାକଞ୍ଚ ଏଏସଆଇ ସୁକାନ୍ତ ଦଳାଇ, ଟିକିରି, ଦରାଗୁଡା ଓ ଅଣ୍ଡିରା କଞ୍ଚ ଥାନାର କର୍ମଚାରୀ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଟିକିରି ଥାନାରୁ ବାହାରି ଫ୍ଲାଗ ମାର୍ଚ୍ଚ କରିଥିଲେ।

ଝୋଡିଆପଡା, ଆଦିବାସୀ ସାହି, କୋରାପୁଟ ସାହି, ଦୋରାସାହି, ମେଦିରି ସାହି ବୁଲି ଟିକିରି ବଜାର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଲୋକଙ୍କୁ ମ‌ହାମାରୀ କରୋନାକୁ କିପରି ପ୍ରତିହତ କରିପାରିବେ ସେନେଇ ସଚେତନ ରହିବା ସହ କରୋନା ବିରୋଧରେ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ପୁଲିସ ପ୍ରଶାସନର ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।