Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନନ୍ଦୀଗ୍ରାମରେ ମମତାଙ୍କ ଉପରେ ଆକ୍ରମଣ ମାମଲା : ଦୁଇ ଆଇପିଏସ୍ ନିଲମ୍ବିତ, ବଦଳିଲେ ଜିଲ୍ଲାପାଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନନ୍ଦୀଗ୍ରାମରେ ମମତାଙ୍କ ଉପରେ ଆକ୍ରମଣ ମାମଲା : ଦୁଇ ଆଇପିଏସ୍ ନିଲମ୍ବିତ, ବଦଳିଲେ ଜିଲ୍ଲାପାଳ

ନୂଆଦିଲ୍ଲୀ, ଏଜେନ୍ସି: ଗତ ବୁଧବାର ନନ୍ଦୀଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିର୍ବାଚନ କମିଶନ (ଇସି) ଗୁରୁତ୍ୱର ସହ ଗ୍ରହଣ କରିବା ସହ ମମତାଙ୍କ ନିରାପତ୍ତା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତଦନୁଯାୟୀ ମମତାଙ୍କ ନିରାପତ୍ତା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ ଅଫିସର ବିବେକ ସହାୟ ଏବଂ ପୂର୍ବ ମେଦିନିପୁର ଜିଲ୍ଲା ଏସ୍ପି ପ୍ରବୀଣ ପ୍ରକାଶଙ୍କୁ ଇସି ରବିବାର ନିଲମ୍ବିତ କରିଛନ୍ତି। ଏହାବ୍ୟତୀତ ପୂର୍ବ ମେଦିନିପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୁ ଗୋୟଲଙ୍କୁ ମଧ୍ୟ ଇସିଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟତ୍ର ବଦଳି କରାଯାଇଛି। ଜେଡ୍ ପ୍ଲସ ସୁରକ୍ଷା ପାଉଥିବା ମମତାଙ୍କୁ ସୁରକ୍ଷା ଯୋଗାଇବାରେ ବିବେକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ କର୍ତ୍ତବ୍ୟ ପାଳନରେ ଘୋର ଅବହେଳା କାରଣରୁ ଡାଇରେକ୍ଟର ସିକ୍ୟୁରିଟୀ ପଦରୁ ତୁରନ୍ତ ହଟାଇବା ସହ ସାତ ଦିନ ମଧ୍ୟରେ ବିବେକଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ ନନ୍ଦୀଗାମ ଗସ୍ତ ସମୟରେ ପୁଲିସ ବନ୍ଦୋବସ୍ତରେ ଖିଲାପ କରିଥିବାରୁ ପୂର୍ବ ମେଦିନିପୁର ଏସପି ପ୍ରବୀଣ ପ୍ରକାଶଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ସୁନୀଲ କୁମାର ଯାଦବଙ୍କୁ ଏସପି ପଦରେ ଅବସ୍ଥାପିତ କରାଯାଇଛି। ନନ୍ଦୀଗ୍ରାମ ଘଟଣାରେ ୧୫ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପୂର୍ବ ମେଦିନିପୁର
ଜିଲ୍ଲାପାଳ ବିଭୁ ଗୋୟଲଙ୍କୁ ଅନ୍ୟତ୍ର ବଦଳି କରାଯାଇ ତାଙ୍କ ସ୍ଥାନରେ ସ୍ମିତା ପାଣ୍ଡେଙ୍କୁ ଅବସ୍ଥାପିତ କରାଯାଇଛି। ବିଭୁଙ୍କୁ ନିର୍ବାଚନ ଦାୟିତ୍ୱରୁ ଦୂରେଇ ରଖିବାକୁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ନିରାପତ୍ତା ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ କଡାକଡିଭାବେ ପାଳନ କରିବାକୁ ଇସିଙ୍କ ତରଫରୁ ସବୁ ପ୍ରାର୍ଥୀ ଓ ତାରକା ପ୍ରଚାରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଘଟଣ ଏଡାଇବାକୁ ଏମାନେ ହେଲିକପ୍ଟର ବ୍ୟବହାର କରିବାକୁ ଇସି ପରାମର୍ଶ ଦେଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବାକୁ ନନ୍ଦୀଗ୍ରାମ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା, ଯାହାଫଳରେ ମମତାଙ୍କ ବାମଗୋଡ ଭାଙ୍ଗିଥିବାବେଳେ ବର୍ତ୍ତମାନ ସେ ହ୍ୱିଲଚେୟାରରେ ବସି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।