ପୁଣି ଭାରତକୁ ପଶିଲେ ଶତାଧିକ ମିଆଁମାର ନାଗରିକ

ଗୁଆହାଟୀ,ଏଜେନ୍ସି:ମିଆଁମାରର ଶତାଧିକ ନାଗରିକ ରବିବାର ଆନ୍ତର୍ଜାତିକ ସୀମା ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିଛନ୍ତି। ବର୍ତ୍ତମାନ ମିଆଁମାରରେ ସାମରିକ ସରକାରଙ୍କ ଜୁଲୁମ ଦିନକୁ ଦିନ ଅସହ୍ୟ ହୋଇପଡୁଥିବାରୁ ରବିବାର ମିଆଁମାରର ୧୧୬ ଜଣ ନାଗରିକ ଟିଆଉ ନଦୀ ପାର ହୋଇ ମିଜୋରାମର ଫରକାୱନ୍ ଗ୍ରାମକୁ ପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ମିଆଁମାର ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବୋଲି ଜଣାପଡିଛି।