ସୋନିଆଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିପକ୍ଷର ଏକଜୁଟତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମମତାଙ୍କ ଏହି ସାକ୍ଷାତ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ନେଇ ସୂଚନା ମିଳିଛି। ଆଜି ସୋନିଆଙ୍କୁ ଭେଟିବା ପୂର୍ବରୁ ସବୁ ବିପକ୍ଷ ଦଳକୁ ଏକଜୁଟ ହେବା ଲାଗି ମମତା ଆହ୍ୱାନ ଦେଇଥିଲେ।

୨୦୨୪ ଲୋକସଭା ନିର୍ବାଚନର ବିପକ୍ଷର ନେତୃତ୍ୱକୁ ନେଇ ମମତା କହିଛନ୍ତି ଯେ, ମୁଁ ରାଜନୈତିକ ଜ୍ୟୋତିଷ ନୁହେଁ, ସ୍ଥିତି ଉପରେ ନିର୍ଭର କରିବ। ମୁଁ ମୋ ବିଚାରକୁ କାହା ଉପରେ ଲୋଦିବାକୁ ଚାହୁଁନି। ଯଦି ଆଉ କିଏ ନେତୃତ୍ୱ ନିଏ ସେଥିରେ କୌଣସି ସମସ୍ୟା ନାହିଁ।