ପଜିଟିଭ ହାରରେ ଦେଶର ଅଧା କେରଳରେ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୪୩ହଜାର ୬୫୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୦ ପ୍ରତିଶତ ସଂକ୍ରମଣ କେବଳ କେରଳରେ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, କେରଳରେ ଗତ ୨୪ ଘଣ୍ଟାରେ ୨୨ହଜାର ୧୨୯ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୫୬ ଜଣଙ୍କର ମୃତ୍ୟୁ ହୋଇଛି। କେରଳର ୭ଟି ଜିଲ୍ଲାରେ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରେ ଅଲ୍ଲାପୁଝା, କୋଟ୍ଟାୟମ, ମଲପ୍ପୁରମ, ତ୍ରିଶୁର, ବାୟନାଡ଼, ଏର୍ଣ୍ଣାକୁଲମ ଓ ପଥନାମାଥିଟ୍ଟା ରହିଛି।