ନିର୍ବାଚନ ଆୟୋଗର ୨୪ ଘଣ୍ଟା ରୋକକୁ ବିରୋଧ କରି ଧାରଣାରେ ବସିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାର ଗାନ୍ଧୀମୂର୍ତ୍ତି ନିକଟରେ ଧାରଣାରେ ବସିଛନ୍ତି। ମମତାଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଣ୍ଟା ପାଇଁ ରୋକ ଲଗାଇଥିବାରୁ ସେ ରାସ୍ତା ମଝିରେ ଧାରଣାରେ ବସିଛନ୍ତି।

ମମତା ଗତ ମାସରେ ଆହତ ହୋଇଥିବାରୁ ହ୍ୱିଲ ଚେୟାରରେ ବସି ପୂର୍ବାହ୍ନ ପାଖାପାଖି ୧୧ଟା ୪୦ ମିନିଟରେ କୋଲକାତାର ମାୟୋରୋଡ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ପାଖରେ ଧାରଣା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ସହ କୌଣସି ନେତା ବା କାର୍ଯ୍ୟକର୍ତ୍ତା ଉପସ୍ଥିତ ନଥିଲେ।

ସୂଚନାଯୋଗ୍ୟ, ମମତାଙ୍କ କେନ୍ଦ୍ରୀୟ ବଳ ଓ ଧାର୍ମିକ ପ୍ରବୃତ୍ତିଯୁକ୍ତ ବୟାନକୁ ଆଧାର କରି ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି।