୨୪ରେ ମୋଦୀଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନଭେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ମୋଦୀଙ୍କୁ ଭେଟି ବିଏସଏଫର ପରିସର ବଢ଼ାଇବା ଓ ତ୍ରିପୁରା ହିଂସା ମାମଲା ବ୍ୟତୀତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଆଜି ସଂନ୍ଧ୍ୟାରେ ମମତା ଦିଲ୍ଲୀ ପହଂଚିବା ପରେ ତ୍ରିପୁରା ହିଂସା ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ଟିଏମସି ସାଂସଦଙ୍କୁ ଭେଟିବେ। କିନ୍ତୁ ସେ ନିଜେ ପ୍ରଦର୍ଶନରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ବୀଏସଏଫ ଅଧିକାର କ୍ଷେତ୍ରକୁ ବିସ୍ତାର ପ୍ରସଙ୍ଗ ଉଠାଇବି।

ସୂଚନାଯୋଗ୍ୟ, ଟିଏମସି କାର୍ଯ୍ୟକର୍ତ୍ତା ତ୍ରିପୁରାରେ ତାଙ୍କ ଉପରେ ହିଂସା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ତ୍ରିପୁରାର ଅଗରତାଲାସ୍ଥିତ ଏକ ପୁଲିସ ଷ୍ଟେସନରେ ବିଜେପି କାର୍ଯ୍ୟକର୍ତ୍ତା ପଶି ବାଡ଼ିରେ ପିଟିବା ସହ ସେମାନଙ୍କ ଉପରକୁ ପଥର ଫିଙ୍ଗିଥିବା ଟିଏମସି କାର୍ଯ୍ୟକର୍ତ୍ତା ଆରୋପ ଲଗାଇଛନ୍ତି।