ମମତାଙ୍କ ଟାର୍ଗେଟରେ ମହାରାଷ୍ଟ୍ରର ରାଜ୍ୟପାଳ

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିଥିବା ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ସମ୍ବିଧାନିକ ପଦରେ ବସିଥିବା କିଛି ଲୋକ ବିଜେପିର ମୁଖପାତ୍ର ଭଳି କାମ କରୁଛନ୍ତି।

ଏଥି ସହ ସମ୍ବିଧାନିକ ପଦରେ ଅଧିଷ୍ଠିତ ଲୋକ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଅନୁଚିତ ଏବଂ କେନ୍ଦ୍ର ବି ଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମୁଁ ସାଧାରଣ ସ୍ତରରେ ସମ୍ବିଧାନିକ ପଦଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ନ ଥାନ୍ତି, କିନ୍ତୁ କିଛି ଲୋକ ବିଜେପିର ମୁଖପାତ୍ର ଭଳି କାମ କରୁଛନ୍ତି। ମୋ ରାଜ୍ୟରେ ବି ଆପଣମାନେ ଦେଖୁଥିବେ କ’ଣ ଚାଲିଛି, ସେମାନେ ଏକ ସମାନ୍ତରାଳ ସରକାର ଚଳାଇବାକୁ ଚାହୁଁଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକମାନଙ୍କ ଦ୍ୱାରା ଚୟନ ହୋଇଥାଏ ଏବଂ ସଂଘୀୟ ବ୍ୟବସ୍ଥାକୁ ସମ୍ବିଧାନ ଅନୁସାରେ କାମ କରିବା ଜରୁରୀ। ସରକାରଙ୍କୁ କାମ କରିବାକୁ ଦିଆଯିବା ଉଚିତ ବୋଲି ମମତା ବାନାର୍ଜୀ ପ୍ରକାଶ କରିଛନ୍ତି।