ଗୁହାଳରେ ନିଆଁ ଲାଗି ୫ ଗାଈ ମୃତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତରେ ପାହାଡ଼ପୁର ଗ୍ରାମରେ ନିଆଁ ଲାଗି ୫ଟି ଗାଈଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ପାହାଡ଼ପୁର ଗ୍ରାମର ଆନନ୍ଦ ଖୁଣ୍ଟିଆଙ୍କ ଗୁହାଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଅଚାନକ ନିଆଁ ଲାଗିଯାଇଥିଲା। ଏହି ସମୟରେ ଗୁହାଳରେ ୭ଟି ଗାଈ ଉପସ୍ଥିତ ଥିଲେ।

ଏଥିରେ ୫ଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ଜଣ ଗାଈ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ଗୁରୁତର ୨ଜଣଙ୍କୁ ପଶୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ସେହିପରି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ ୨ଟି ଗୁହାଳ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିିଁ।