ମାଲକାନଗିରି ଆଦର୍ଶ ଥାନା ୪୮ ଘଣ୍ଟା ପାଇଁ ସିଲ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ୧୫ ଜଣ କରୋନା ପଜିଟିଭ  ଚିହ୍ନଟ ହୋଇଥିବାବେଳେ ସେମାନଙ୍କମଧ୍ୟରୁ ଆଦର୍ଶ ଥାନାର ଜଣେ କରୋନା ଯୋଦ୍ଧା ଥିବା ଜଣାପଡ଼ିଛି। ଏହାପରେ ମାଲକାନଗିରି ଆଦର୍ଶ ଥାନାକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି। ତେବେ ଥାନା କାର୍ଯ୍ୟ ବର୍ତ୍ତମାନ ଜିଲ୍ଲା ସଦର ମହକୁମାସ୍ଥିତ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଥାନାରେ କାର୍ଯ୍ୟକ୍ଷମ ହେବ ବୋଲି ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ କହିଛନ୍ତି।