କୋଭିଡ୍ ଔଷଧ ଫାବିପିରାଭିର ବିକ୍ରି କରିବାକୁ ସିପଲାକୁ ଅନୁମତି

ବେଙ୍ଗାଲୁରୁ,ଏଜେନ୍ସି : କୋଭିଡ୍ ୧୯ ଚିକିତ୍ସା କ୍ଷେତ୍ରରେ ସିପଲା ଦ୍ୱାରା ପ୍ରସ୍ତୁତ ଫାବିପିରାଭିର ଔଷଧର ସାଧାରଣରେ ବିକ୍ରି ପାଇଁ ଅନୁମତି ମିଳିଛି। କୋଭିଡ୍ ଆକ୍ରାନ୍ତଙ୍କ ତତକ୍ଷଣାତ ଚିକିତ୍ସାକ୍ଷେତ୍ରରେ ଏହି ଔଷଧକୁ ପ୍ରୟୋଗ କରାଯାଇପାରେ ବୋଲି ଡ୍ରଗ କଣ୍ଟ୍ରୋଲର ଜେନେରାଲଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏଥିନେଇ ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟତମ ପ୍ରମୁଖ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ଏହାର ଜେନେରିକ ବିକଳ୍ପ ଔଷଧ ପ୍ରସ୍ତୁତ କରିବା ନେଇ ଉଦ୍ୟମ ଜାରି ରହିଥିବା କୁହାଯାଇଛି।