ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପୁଷ୍ଟି ବଗିଚା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଂଚାୟତର ରାମାଗୁଡ଼ାଠାରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଆଦିବାସୀ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପୁଷ୍ଟି ବଗିଚା ଆରମ୍ଭ କରାଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଡିିପିଏମ୍ ପବିତ୍ର ମୋହନ ବାରା, ବ୍ଲକ ପଷ୍ଠଳୂ ପରିଚାଳକ ଜିମ ୱାଲଟର ମିଞ୍ଜ, ବ୍ଲକ ଜୀବିକା ମିଶନ ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମେନକା ପ୍ରଧାନ, ଏସିପି ରାଜେଶ କୁମାର ସିଂ, ଜିଆରଏସ ପ୍ରଦୀପ ମଣ୍ଡଳଙ୍କ ସମେତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶା ଜୀବିକା ମିଶନ ଓ ମନରେଗା ସହାୟତାରେ ପୁଷ୍ଟିକର ଖାଦ୍ୟ ଦେବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି ବୋଲି ଉପସ୍ଥିତ ଅତିଥିବୃନ୍ଦ କହିଥିଲେ। ଏଥିପାଇଁ ନିଜ ବାଡ଼ିରେ ଗାତ ଖୋଳି ପୁଷ୍ଟି ବଗିଚା ସୃଷ୍ଟି ପାଇଁ ପାରିଶ୍ରମିକ ଦିଆଯାଉଛି।

ସୂଚନାଯୋଗ୍ୟ, ଏହି ଯୋଜନାରେ ଗତ ବର୍ଷ ଜିଲ୍ଲାର ୩,୭୩୪ଟି ପରିବାର ଉପକୃତ ହୋଇଥିଲେ। ଆଗାମୀ ଦିନରେ ଜିଲ୍ଲାର ୭,୫୦୦ ପରିବାରଙ୍କୁ ଏହି ପୁଷ୍ଟି ବଗିଚା କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।