ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଐତିହ୍ୟ ଓ ପରମ୍ପରା ବହନ କରୁଥିବା ପ୍ରସିଦ୍ଧ ଗଣପର୍ବ ବଡ଼ଯାତ୍ରା। ପ୍ରତ୍ୟେକ ୨ ବର୍ଷରେ ପାଳିତ ହୋଇଥାଏ ଏହିଯାତ୍ରା। ବଡ଼ଯାତ୍ରା ନିମନ୍ତେ ବଡ଼ଠାକୁରଙ୍କୁ ଆବାହନ କରିବା ପାଇଁ ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ମାଆ ମାଉଳି ମନ୍ଦିରଠାରୁ ଆଦେଶ ନେଇ ବଡ଼ଠାକୁର ବାଲରାଜୁ, କାନମରାଜୁ, ପୋତରାଜୁ ଏବଂ ମାଆ ମୁତ୍ୟାଲୁମ୍ମାଙ୍କୁ ଆବାହନ କରିବା ପାଇଁ ଏକ ପୂଜକ ଦଳ ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ରବିବାର ମାନ୍ୟମକୋଣ୍ଡାରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିବା ପରେ ବଡ଼ ଠାକୁରମାନଙ୍କୁ ଆବାହନ କରିବେ। ପରେ ପୋଲେରୁ ଠାରେ ନୌକା ବିହାର କରି ମାନମକୋଣ୍ଡା ଆସିବାପରେ ମାର୍ଚ୍ଚ ୨୬ ତାରିଖ ଦିନ ମାଲକାନଗିରିରେ ପହଞ୍ଚିବେ। ଏଠାରେ ୪ ଦିନ ବ୍ୟାପୀ ମାଣ୍ଡିଆଭଟ୍ଟା, କନ୍ୟାମାଝୀ ବନ୍ଧ, ମାଉଳି ମନ୍ଦିରରେ ତିନି ଠାକୁର ପୂଜା ପାଇବା ପରେ ଠାକୁର ପୁଣି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।