ଅଟକ ମାଓ ମିଲିସିଆ ଗିରଫ

ମାଓବାଦୀଙ୍କୁ ଯୋଗାଉଥିଲା ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ

ଗୋଛାପଡ଼ା,ଏନ୍ଏନ୍ଏସ୍: ଗୋଚ୍ଛାପଡା ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳି ବିନମୟ ପରେ ପୁଲିସ ଅଟକ ରଖିଥିବା ମିଲିସିଆକୁ ଆଜି ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ହେଲା ଦିନାରା କହଁର(୫୫) । ତାଙ୍କ ଘର ସାଡିଙ୍ଗିଆ ପଂଚାୟତ ମିଙ୍ଗିୁନିପଦରର କିଆମୁଣ୍ଡା ଗ୍ରାମ ବୋଲି ଜଣାପଡିଛି । ଦିନାରା ମାଓ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ନେଇ ପୁଲିସ ନିଶ୍ଚିତ ହୋଇଛି। ସେ ମାଓବାଦୀଙ୍କୁ ଖାଦ୍ୟପେୟ ଯୋଗାଇବା ସହ ବ୍ୟାନର ମାରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଥିବା ସ୍ୱୀକାର କରିଛି। ଅନେକ ଦିନ ଧରି ସେ ଏଭଳି କାମରେ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି। ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୋଚ୍ଛାପଡା ଥାନା ଅଧିକାରୀ ତୃପ୍ତି କୁମାର ନାୟକ ସୂଚନା ଦେଇଛନ୍ତି। ଏନେଇ ଗୋଚ୍ଛାପଡା ଥାନାରେ ଏକ ମାମଲା ଦାଏର ହୋଇଛି ।