ବିଶ୍ୱ ଶୌଚାଳୟ ଦିବସ: ମାନବ ଓ ପରିବେଶକୁ ସୁସ୍ଥ ରଖେ ନିରାପଦ ପରିମଳ

ହାଇଦ୍ରାବାଦ,ଏଜେନ୍ସି: ପର୍ଯ୍ୟାପ୍ତ ପରିମଳ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରତିବର୍ଷ ନଭେମ୍ବର ୧୯କୁ ବିଶ୍ୱ ଶୌଚାଳୟ ଦିବସ ଭାବରେ ପାଳନ କରାଯାଏ । ଜାତିସଂଘ ଅନୁଯାୟୀ, ବର୍ତ୍ତମାନ ୩.୬ ବିଲିୟନ ଲୋକ ନିରାପଦ ପରିମଳ ବ୍ୟବସ୍ଥାରୁ ବଞ୍ଚନ୍ତି । ୨୦୧୩ରେ, UN-Water ଏବଂ “Thematic Priority Area (TPA) on Drinking Water and Basic Sanitation” ଶୌଚାଳୟ ଦିବସର ତଦାରଖ କରିବାର ଆଦେଶ ପାଇଛନ୍ତି। ବିଶ୍ୱ ଶୌଚାଳୟ ଦିବସ ୨୦୨୨ ଭୂତଳ ଜଳ ଉପରେ ପରିମଳ ସଙ୍କଟର ପ୍ରଭାବ ଉପରେ ଧ୍ୟାନ ଦେଇଥାଏ ।

ଜାତିସଂଘର 2022 ଅଭିଯାନ ‘ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍’, ମାନବ ବର୍ଜ୍ୟବସ୍ତୁକୁ ନଦୀ, ହ୍ରଦ ଏବଂ ମାଟିରେ ବିସ୍ତାର କରି ଭୂତଳ ଜଳ ଉତ୍ସକୁ କିପରି ପ୍ରଦୂଷିତ କରେ ତାହା ଉପରେ ଧ୍ୟାନ ଦେଇଥାଏ। ଅଭିଯାନ ଅନୁଯାୟୀ, ଏହି ସମସ୍ୟା ଅଦୃଶ୍ୟ ମନେହୁଏ କାରଣ ଏହା ଭୂତଳଭାଗରେ ଘଟେ ଏବଂ ଏହା ଅନୁନ୍ନତ ଅଞ୍ଚଳରେ ଘଟିଥାଏ । ବିଶ୍ୱ ଶୌଚାଳୟ ଦିବସ ୨୦୨୨ର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ହେଉଛି ସୁରକ୍ଷିତ ଭାବରେ ପରିଚାଳିତ ପରିମଳ ଭୂତଳ ଜଳକୁ ମାନବ ବର୍ଜ୍ୟବସ୍ତୁ ପ୍ରଦୂଷଣରୁ ରକ୍ଷା କରିଥାଏ । କାରଣ ଭୂତଳ ଜଳ ହେଉଛି ବିଶ୍ୱର ମଧୁର ଜଳର ଉତ୍ସ ।

ଏହା ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଚାଷ, ଶିଳ୍ପ ଏବଂ ଇକୋସିଷ୍ଟମକୁ ସପୋର୍ଟ କରେ । ଜଳବାୟୁ ପରିବର୍ତ୍ତନ ଖରାପ ହେବା ସହ ଜନସଂଖ୍ୟା ବଢିବା ସହିତ ଭୂତଳ ଜଳ ମାନବ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତିସଂଘ କହିଛି ଯେ, ନିରାପଦ ପରିମଳ ଭୂତଳ ଜଳକୁ ସୁରକ୍ଷା ଦେଇଥାଏ । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍‌ଙ୍କ ଅନୁଯାୟୀ, ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ନିରାପଦ ଶୌଚାଳୟ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ ଅଟେ । ଏସ୍‌ଡିଜି ୬.୨ ଠିକ୍ ସମୟରେ ହାସଲ ହେବା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପକୁ ହାରାହାରି ଚାରି ଗୁଣ ଶୀଘ୍ର କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ୨-୩୦ ସୁଦ୍ଧା ସମସ୍ତଙ୍କ ପାଇଁ ନିରାପଦ ଶୌଚାଳୟ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କଣ୍ଟକୁ ଆଉ କେବଳ ଆଠ ବର୍ଷ ବାକି ଥିବାରୁ ସମଗ୍ର ବିଶ୍ବକୁ ଚାରି ଗୁଣ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି ।