ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁରେ ଭାଇଚାରାର ଏକ ସମ୍ପର୍କ ସ୍ଥାପନ କରିବ କର୍ଣ୍ଣାଟକ ଆଦର୍ଶ ଓଡ଼ିଆ ସଂଗଠନ। ଓଡ଼ିଆ ଓ କନଡ଼ ଲୋକଙ୍କ ମିଳିତ ଉଦ୍ୟମରେ ଏହି ଅନୁଷ୍ଠାନର ଆରମ୍ଭ ହେଉଛି। ଯାହାର ନାମ ହେଉଛି କର୍ଣ୍ଣାଟକ ଆଦର୍ଶ ଓଡ଼ିଆ ସଂଗଠନ। ଏହା ଆଗାମୀ ଦିନରର ଅନେକ କାର୍ଯ୍ୟକ୍ରମ ହାତକୁ ନେବ। କନଡ଼ ଓ ପ୍ରବାସୀ ଓଡ଼ିଆଙ୍କ ପ୍ରୟାସରେ ଏହି ଅନୁଷ୍ଠାନ ଗଢିଉଠିଛି। ଯାହା ଉଭୟଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସ୍ଥାପନ କରିବା ସହ ଉଭୟେ ପରସ୍କରର ସଂସ୍କୃତି ଓ ପରମ୍ପରାର ମଜା ନେଇପାରିବେ। ଏ ସମ୍ପର୍କରେ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି।
ଏହି ଅନୁଷ୍ଠାନ ସଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ସମାଜିକ କାର୍ଯ୍ୟ, ଶିକ୍ଷାର ଉନ୍ନତି ଓ ରୋଜଗାର କରାଇବା ସହିତ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରିବ। କିଭଳି ଲୋକମାନେ ଏହି ସବୁ କାର୍ଯ୍ୟରେ ସହଯୋଗ ପାଇବେ ସେଥିପାଇଁ କାର୍ଯ୍ୟ କରିବ। ଏହି ଅନୁଷ୍ଠାନ ମା’ଙ୍କ ପୂଜାରୁ ଶୁଭାରମ୍ଭ ହେବ ଓ ପ୍ରଥମ ଥର ପାଇଁ ଏହି ସଂଗଠନ ମିଳିତ ଭାବେ ପୂଜା ଉତ୍ସବ ପାଳନ କରିବ।
ବେଙ୍ଗାଲୁରୁ କଗଦାସ ପୁରା ଡିଭି ଅନାଲିଟିକ୍ସ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବେଶ ଧୁମଧାମରେ ଚଳିତ ବର୍ଷ ଦୁର୍ଗା ପୂଜା ପାଳନ କରିବ ଏହି ଅନୁଷ୍ଠାନ। ସମ୍ବାଦିକ ସମ୍ମିଳନୀରେ ଉଦୟ କୁମାର, ସଞ୍ଜୟ ରାଉତରାୟ, ଚନ୍ଦନ କୁମାର, ରାକେଶ ଧୂପର, ସନ୍ତୋଷ ତ୍ରିପାଠୀ ସମେତ ବହୁ ପ୍ରବାସୀ ଓଡ଼ିଆ ଓ କନଡ଼ ଲୋକେ ଉପସ୍ଥିତ ଥିଲେ।