ପୁଳଲଙ୍କା ପାହାଡ଼ ଉପରେ ମକର ମେଳା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତ ସିରିଗିଡା ଗ୍ରାମସ୍ଥିତ ପୁଳଲଙ୍କା ପାହାଡ଼ ଶିଖରରେ ମକର ମେଳା ଆନୁଷ୍ଠିତ ହୋଇଯାଇଛି। ବାବା ବାଣେଶ୍ୱର ଶିବ ମନ୍ଦିର କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ମେଳା ଅବସରରେ ପାହାଡ଼ ପାଦଦେଶରୁ ୫୦୦ ଫୁଟ ଉଚ୍ଚରେ ଶ୍ରଦ୍ଧାଳୁମାନେ ଶିବ ଉପାସନା କରିବା ସହ ମାନସିକ ଧ୍ୱଜା ବାନ୍ଧିଥିଲେ। କମିଟି ପକ୍ଷରୁ କୋଭିଡ ନିୟମ ପାଳନ ପୂର୍ବକ ଶ୍ରଦ୍ଧାଳୁଙ୍କ ଗହଳିକୁ ନୀୟନ୍ତ୍ରଣ କରି ମାସ୍କ ବ୍ୟବହାର ପୂର୍ବକ ପାହାଡ଼ ଶିଖରରେ ପୂଜା ସମ୍ପନ୍ନ କରାଯାଇଥିଲା। କମିଟି ସଭାପତି ସୌଭାଗ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗଦେଇ ଆୟୋଜକ କମିଟିକୁ ଉତ୍ସାହିତ କରିଥିଲେ। କମିଟିର ସମ୍ପାଦକ ଦିଲ୍ଲୀପ ବାଉଳାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।