୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୨୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ସୁସ୍ଥହେଲେ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୮୮୩୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୨୩, କଟକରୁ ୧୭, ଖୋର୍ଦ୍ଧାରୁ ୧୬, ମୟୁରଭଞ୍ଜରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୦, ନୂଆପଡାରୁ ୧୦, ପୁରୀରୁ ୧୦, ଝାରସୁଗୁଡାରୁ ୯, ସମ୍ବଲପୁରରୁ ୯, କେନ୍ଦୁଝରରୁ ୬, କେନ୍ଦ୍ରାପଡାରୁ ୪, ଭଦ୍ରକରୁ ୩, ବାଲେଶ୍ୱରୁ, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ନୟାଗଡ, ସୋନପୁରରୁ ୨ ଜଣ ଲେଖାଏଁ, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇଛନ୍ତି।