ଆରମ୍ଭ ହେଲା ମହୋଦଧି ମାର୍କେଟ କଂପ୍ଲେକ୍ସର ଉଚ୍ଛେଦ କାର୍ଯ୍ୟ

ପୁରୀ,ଏନ୍ଏନ୍ଏସ୍: ପୁରୀ ମୋଚି ସାହି ନିକଟରେ ଅସୁରକ୍ଷିତ ଭାବେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଭଙ୍ଗା କାର୍ୟ୍ୟ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳୁ ପୁରୀ ପୌର ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ୟ୍ୟ ଚାଲିଛି। ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଘର ଭଙ୍ଗାଯାଉଛି। କଂପ୍ଲେକ୍ସରେ ମୋଟ ୫୮ଟି ଦୋକାନ ଘର ରହିଥିବାବେଳେ ସେଠାରେ ସମବାୟ ସଂସ୍ଥା କାର୍ୟ୍ୟାଳୟ ମଧ୍ୟ ଚାଲିଥିଲା। ପ୍ରଶାସନ ପକ୍ଷରୁ ଏହି ମାର୍କେଟ କଂପ୍ଲେକ୍ସକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।