ଜଷ୍ଟିସ୍ ବୋବଡେ ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଜଷ୍ଟିସ୍ ଏସ୍ଏ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଏନେଇ ତାଙ୍କ ନାମରେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି। ତେବେ ଶ୍ରୀ ବୋବଡେ ସିଜେଆଇ ହେବା ନେଇ ବର୍ତ୍ତମାନର ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗେଇ ସୁପାରିଶ କରିଥିଲେ। ଆସନ୍ତା ନଭେମ୍ବର ୧୮ରେ ସେ ଶପଥ ନେବେ ବୋଲି ଜଣାପଡିଛି।