ପ୍ରଜ୍ଞାନନ୍ଦଙ୍କୁ ମହିନ୍ଦ୍ରା ଦେବ ଉପହାର

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ୱାର୍ଲ୍ଡକପରେ ବିଶ୍ୱର ନମ୍ବର ୧ ଖେଳାଳି ମେଗ୍ନସ କାର୍ଲସନଙ୍କୁ କଡ଼ା ଟକ୍କର ଦେଇଥିଲେ । ପ୍ରଜ୍ଞାନନ୍ଦ ୱାର୍ଲ୍ଡକପର ଫାଇନାଲ ମୁକାବିଲା ହାରି ଯାଇଥିଲେ ମଧ୍ୟ ପ୍ରତ୍ୟେକ ଭାରତୀୟ ତାଙ୍କୁ ସଲାମ କରୁଛନ୍ତି । ଏହିକ୍ରମେ ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ପ୍ରଜ୍ଞାନନ୍ଦଙ୍କୁ କାର ଉପହାର ଦେବେ ବୋଲି ଘୋଷଣା କରିଛନ୍ତି । ମହିନ୍ଦ୍ରା ଗ୍ରୁପ ତରଫରୁ ପ୍ରଜ୍ଞାନନ୍ଦଙ୍କୁ XUV 400 ଦିଆଯିବ । ଖେଳ ଜଗତରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ମହିନ୍ଦ୍ରା ସର୍ବବା ପ୍ରୋତ୍ସାହିତ କରିଥାଏ ।

ସୂଚନାଯୋଗ୍ୟ, ରମେଶବାବୁ ପ୍ରଜ୍ଞାନନ୍ଦ ମାତ୍ର ୧୮ ବର୍ଷ ବୟସରେ ଚେସ ୱାର୍ଲ୍ଡକପର ଫାଇନାଲ ଯାତ୍ରାରେ ପହଞ୍ଚିଥିଲେ ।