୩୧ରୁ ଉତ୍କେଲିକାକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ବିମାନ ସେବାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଆସନ୍ତା ୩୧ ତାରିଖରୁ କଳାହାଣ୍ଡିର ଉତ୍କେଲାକୁ ନିୟମିତ ଉଡ଼ାଣ ଭରିବ । ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ଟି ସିଟ୍ ବିଶିଷ୍ଟ ବିମାନ ଚଲାଇବ । ପ୍ରାରମ୍ଭିକ ଭାବେ ବିମାନ ଟିକେଟ ଦାମ ୯୯୯ ଟଙ୍କା ସ୍ଥିର ହୋଇଛି । ପ୍ରତିଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲିକା ପହଞ୍ଚିବ । ପୁଣି ୮ଟା ୫୦ରେ ଉତ୍କେଲିକା ଛାଡ଼ି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ ।