ସମ୍ବଲପୁର,ଏନ୍ଏନ୍ଏସ୍: ଚଳିତ ଦିନରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ମହିଳାମାନଙ୍କ ସୁରକ୍ଷା ପାଇଁ ମହିଳା ପୁଲିସର ଏକ ପାଟ୍ରୋଲିଂ ଟିମ୍ ଗଠନ କରାଯାଇଛି। ଡିଏସ୍ପି ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ ଭିଡ଼ ସମୟରେ କଲେଜ ପରିସର ସମେତ ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି।
ଏଥି ସହିିତ ସ୍କୁଲ୍ ଓ କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ତେବେ ଏହି ଟିମ୍ ପାଟ୍ରୋଲିଂରେ ୫-ଟିକୁ ଗୁରୁତ୍ୱ ଦେଇଛି। ୫-ଟି ଅନୁସାରେ, ଟେକ୍ନୋଲୋଜି(ପ୍ରଯୁକ୍ତି ବିଦ୍ୟା), ଟିମ୍ ୱାର୍କ(ଦଳଗତ କାର୍ୟ୍ୟ), ଟାଇମ୍ ଲିମିଟ୍(ସମୟ ସୀମା), ଟ୍ରାନ୍ସପରେନ୍ସି(ସ୍ୱଚ୍ଛତା) ଏବଂ ଟ୍ରାନ୍ସଫରମେସନ୍(ପରିବର୍ତ୍ତନ)କୁ ଗୁରୁତ୍ୱ ଦେଇ କାର୍ୟ୍ୟ କରିବାକୁ ଧାର୍ୟ୍ୟ ହୋଇଛି।