ଗଲୱାନା ହିରୋ ସନ୍ତୋଷ ବାବୁଙ୍କୁ ‘ମହାବୀର ଚକ୍ର’, ୫ ଜଣଙ୍କୁ ‘ବୀର ଚକ୍ର’ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନା ଭ୍ୟାଲିରେ ଗତବର୍ଷ ଜୁନ୍ ୧୫ ତାରିଖରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଥିଲେ। ଏଥିରେ ଭାରତର ଗଲୱାନା ହିରୋ କର୍ଣ୍ଣେଲ ବିକୁମଲାଲ ସନ୍ତୋଷ ବାବୁ ଭାରତୀୟ ଯବାନଙ୍କ ନେତୃତ୍ୱ ନେଇ ସହିଦ ହୋଇଥିଲେ। ଏନେଇ ଭାରତର ଦ୍ୱିତୀୟ ସର୍ବୋଚ୍ଚ ମିଲିଟାରୀ ସମ୍ମାନ ‘ମହାବୀର ଚକ୍ର’ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ‘ବୀର ଚକ୍ର’ ପାଇଁ ଆଉ ୪ ଜଣ ଯବାନଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ନାଏବ ସୁବେଦାର ନୁଦୁରାମ ସୋରେନ, ହାବିଲଦାର କେ ପଲାନି, ନାଏକ ଦୀପକ ସିଂହ ଓ ସିପଏ ଗୁରଜିତ ସିଂହ। ଏମାନେ ମଧ୍ୟ ଉକ୍ତ ଗଲୱାନା ଭ୍ୟାଲି ସଂଘର୍ଷରେ ଚୀନ ସେନା ସହିତ ଲଢ଼େଇ କରି ସହିଦ ହୋଇଥିଲେ। ସେହିପରି ଗଲୱାନା ଭ୍ୟାଲିର ଭାରତୀୟ ସେନା ସଦସ୍ୟ ଓ ୩ୟ ମଧ୍ୟମ ରେଜିମେଣ୍ଟର ହାବିଲଦାର ତେଜିନ୍ଦର ସିଂହଙ୍କ ନାମ ମଧ୍ୟ ‘ବୀର ଚକ୍ର’ ପାଇଁ ଘୋଷଣା ହୋଇଛି।

କର୍ଣ୍ଣେଲ ସନ୍ତୋଷ ବାବୁ ପୂର୍ବରୁ ବିହାରର ୧୬ ରେଜିମେଣ୍ଟରେ କମାଣ୍ଡିଂ ଅଫିସର ଥିଲେ।