ମହାରାଷ୍ଟ୍ରରେ  ୧୫ ଦିନ ଲାଗୁ ହେବ ୧୪୪ ଧାରା

ମୁମ୍ବାଇ ,ଏଜେନ୍ସି: ମହାରାଷ୍ଟ୍ରରେ ବେକାବୁ କରୋନାର ପ୍ରକୋପ। କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗାଇଡଲାଇନ୍ ଜାରି କରିଛନ୍ତି। ଏପ୍ରିଲ ୧୪ରୁ ରାତି ୮ଟାରୁ ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ବିନା କାରଣରେ ଲୋକଙ୍କ ଘରୁ ବାହାରିବା ଉପରେ ରୋକ୍ ଲଗାଯାଇଛି।

ରାଜ୍ୟରେ ୧୫ ଦିନ ପର୍ଯ୍ୟନ୍ତ ଗମନାଗମନ ଉପରେ ରୋକ୍ ଲାଗୁ ରହିବ। ମୁଖ୍ୟମନ୍ତ୍ରୀ ଲକଡାଉନ୍ ଶବ୍ଦର ବ୍ୟବହାର ନକରି ଏହାକୁ ‘ବ୍ରେକ୍ ଦ ଚେନ୍ ଅଭିଯାନ’ କହିଛନ୍ତି। ସେ କରିଛନ୍ତି ଯେ, ଜରୁରୀ ସେବାକୁ ବାଦ ଦେଲେ ବାକି ସବୁ କିଛି ବନ୍ଦ ରହିବ। ଇକର୍ମସ, ବ୍ୟାଙ୍କ, ମିଡିଆ, ପେଟ୍ରୋଲ ପମ୍ପ, ସୁରକ୍ଷା ଗାର୍ଡ ଆଦି ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ନାହିଁ। ରେସ୍ତୋରାଁ ଖୋଲା ରହିବ, କିନ୍ତୁ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି। କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି।