ଥାନେର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ; ଭୟଭୀତ ଲୋକେ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ଥାନେର ବଦଲାପୁର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗୁରୁବାର ବିଳମ୍ବିତ ରାତିରେ ଟକ୍ସିକ୍ ଗ୍ୟାସ ଲିକ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଫ୍ୟାକ୍ଟ୍ରିରେ ସଲଫ୍ୟୁରିକ ଏସିଡ୍ ଓ ବେନଜାଲ ଏସିଡର ରାସାୟନିକ ପ୍ରତିକ୍ରିୟା ଏହି ଗ୍ୟାସ ଲିକର କାରଣ ହୋଇଛି। ଗ୍ୟାସ ଲିକ ହେବାରୁ ସେହି ଅଞ୍ଚଳର ସମସ୍ତ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହିତ ଆଖିରେ ସାମାନ୍ୟ ଅସୁବିଧା ହୋଇଥିଲା। ଥାନେ ମୁନସିପାଲଟି କର୍ପୋରେସନର ସୂଚନା ଅନୁସାରେ ଘଟଣାଟି ରାତି ପ୍ରାୟ ୧୦ଟାରେ ଘଟିଥିଲା। ଘଟଣାର ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟା ପରେ ଗ୍ୟାସ ଲିକକୁ ଆୟତ୍ତ କରାଯାଇଥିଲା। ଏହା ପରେ ସ୍ଥିତି ନିୟନ୍ତ୍ରିତ ହୋଇଥିଲା। ବଦଲାପୁର ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ ଏଥିରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି।