ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ସିଏସଆଇଆରର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମୟ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବୈଠକରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତ ରହିବେ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ସମାଜ ହେଉଛି ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନର ଏକ ଅଂଶ। ଏହାର କାର୍ଯ୍ୟକଳାପ ୩୭ଟି ଲ୍ୟାବରୋଟୋରି ଏବଂ ସମଗ୍ର ଭାରତରେ ଥିବା ୩୯ଟି ଆଉଟରିଚ କେନ୍ଦ୍ରରେ କରାଯାଏ। ପ୍ରତିଷ୍ଠିତ ବୈଜ୍ଞାନିକ, ଶିଳ୍ପପତି ଏବଂ ବୈଜ୍ଞାନିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଯେଉଁମାନେ କି ସମାଜର ଏକ ଅଂଶ। ପ୍ରତିବର୍ଷ ଏହି ବୈଠକ ଜରିଆରେ ସେମାନଙ୍କ ସାକ୍ଷାତ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରୁ ଜଣାପଡିଛି।