ମହାପ୍ରାଣାୟ ଗାଡ଼ି ଦୁଘର୍ଟଣାଗ୍ରସ୍ତ

କନ୍ଧମାଳ, ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଂଚାୟତ ପୋଡ଼ପଡ଼ା ନିକଟସ୍ଥ ତେଲିମୁଣ୍ଡା ଶଙ୍ଖ ତଳକୁ ଏକ ମହାପ୍ରଣାୟ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମୃତଦେହ ବାଲିଗୁଡ଼ା ଥାନା ଅନ୍ତଗର୍ତ ବାଟାଗୁଡ଼ାରେ ପହଞ୍ଚାଇ ମହାପ୍ରାଣାୟ ଗାଡ଼ି ଫୁଲବାଣୀକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ନାଳକୁ ଗାଧୋଇବା ପାଇଁ ଯାଇଥିବା ପୋଡ଼ପଡ଼ାର ସୁବାସ ମୁଖୀ ଏହା ଦେଖି ପାରି ଗାଡ଼ି ଭିତରେ ଫସି ରହିଥିବା ଡ୍ରାଇଭର ଜିତେନ୍ଦ୍ର ମହାନ୍ତିଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଚିକିତ୍ସା ପାଇଁ ତାଙ୍କୁ ଫିରିଙ୍ଗିଆ ଡାକ୍ତରଖାନାକୁ ପଠାଯାଇଥିଲା । ଡ୍ରାଇଭର ଜିତେନ୍ଦ୍ର ଏବେ ସୁସ୍ଥ ଥିବା ଜଣାପଡ଼ିଛି । ଖବର ପାଇ ଫୁଲବାଣୀ ପୌର ପରିଷଦର ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିି ଫିରିଙ୍ଗିଆ ଦମକଳ ବାହିନୀ ଓ କିଛି ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଗାଡ଼ିକୁ ନାଳ ମଧ୍ୟରୁ ବାହାର କରି ଫୁଲବାଣୀ ଆଣୁଥିବାର ଖବର ମିଳିଛି ।