ଫିରିଙ୍ଗିଆରେ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ସଭାଗୃହରେ ବ୍ଲକସ୍ତରୀୟ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ହରପ୍ରିୟା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚିତ୍ତରଞ୍ଜନ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ନେଡିପଦର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପାଢ଼ୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ମାଝୀ ଓ ଓଡ଼ିଆ ଅଧ୍ୟାପିକା ପ୍ରଭାତୀ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ମାନଙ୍କର ଛାତ୍ରୀମାନେ ଉପସ୍ଥିତ ଥିଲେ । ତେବେ ଝିଅଙ୍କ ପ୍ରତି ଅବହେଳା ନକରି ସେମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଇ କିଭଳି ଭାବରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା । ଶେଷରେ ନେଡିପଦର ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ‘ବେଟି ବଚାଓ ବେଟି ପଢ଼ାଓ’ ବିଷୟ ଉପରେ ଆଧାରିତ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ଅଙ୍ଗନବାଡି ପରିଦର୍ଶିକା ବୈଜନ୍ତି ମଲ୍ଲିକ ଏହାକୁ ପରିଚାଳନା କରିଥିଲେ ।