ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ହେଲେ ମହନ୍ତ ବଲବୀର ଗିରି

ନୂଆଦିଲ୍ଲୀ,ଏଜେନ୍ସି: ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ହେଲେ ମହନ୍ତ ବଲବୀର ଗିରି। ଶ୍ରୀ ପଞ୍ଚାୟତ ଆଖଡ଼ା ନିରଞ୍ଜନ ପଦାଧିକାରୀମାନେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ମହନ୍ତ ବଲବୀର ଗିରିଙ୍କୁ ବାଘମ୍ବରୀର ମଠର ମୁଖ୍ୟ କରିବା ପାଇଁ ପୂର୍ବରୁ ନିଷ୍ପତି ନେଇଥିଲେ। ଆଜି ଷୋଡଶ ପୂଜା ପରେ ଦିନ ୧୨ ଟା ଠାରୁ ବାଲବୀର ଗିରି ମଠରେ ନୂତନ ମହନ୍ତ ଭାବରେ ବଲବୀର ଗିରି ଯୋଗ ଦେବା ପରେ ମହନ୍ତାଇ ଚାଦର ସମାରୋହ ଅନୁଷ୍ଠିତ ହେଉଛି।

ଚାଦର ପ୍ରଣାଳୀରେ, ନିରଞ୍ଜନ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳଶ୍ୱର କୈଳାଶ ନନ୍ଦ ବ୍ରହ୍ମଚାରିଙ୍କ ବ୍ୟତୀତ ପଞ୍ଚ ପରମେଶ୍ୱର ସମେତ ବିଭିନ୍ନ ସାଧୁ ସନ୍ଥମାନେ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୨୦ରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା। ଆଜିଠାରୁ ମଠ ସମ୍ବନ୍ଧୀୟ ସମସ୍ତ ପ୍ରମୁଖ ନିଷ୍ପତ୍ତି ବଲବୀର ଗିରି ନେଇପାରିବେ। ପାଞ୍ଚ ସଦସ୍ୟଙ୍କ ଠାରୁ ଅନୁମୋଦନ ପାଇବେ ପରେ କାର୍ଯ୍ୟକାରୀ କରିବେ। ୩୫ ବର୍ଷୀୟ ବଲବୀର ଗିରି ଗତ ୧୫ ବର୍ଷ ଧରି ମହନ୍ତ ନରେନ୍ଦ୍ର ଗିରିଙ୍କର ସବୁଠାରୁ ବିଶ୍ବସ୍ତ ଶିଷ୍ୟ ଅଟନ୍ତି। ସେ ୨୦୦୫ରେ ନିଜ ପରିବାରକୁ ଛାଡି ସନ୍ୟାସ ଗ୍ରହଣ କରିଥିଲେ।

ତାଙ୍କୁ ହରିଦ୍ବାରରେ ନରେନ୍ଦ୍ର ଗିରିଙ୍କ ଦ୍ବାରା ଦୀକ୍ଷିତ କରାଯାଇଥିଲା। ଏହାସହ ବର୍ତ୍ତମାନ ସେ ହରିଦ୍ବାରର ବିଲକେଶ୍ବର ମହାଦେବ ମନ୍ଦିରର ଦେଖାଶୁଣା କରୁଛନ୍ତି। ବଲବୀର ଏବଂ ଆନନ୍ଦଗିରି ଗୋଟିଏ ସମୟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ହୋଇଥିଲେ। ଏବଂ ଦୁହେଁ ମଧ୍ୟ ପରସ୍ପର ସହ ଭଲରେ ମିଶି ଯାଇଥିଲେ। ଯେତେବେଳେ ନରେନ୍ଦ୍ର ଗିରି ଏବଂ ଆନନ୍ଦ ଗିରିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା, ସେତେବେଳେ ବଲବୀର ନରେନ୍ଦ୍ର ଗିରିଙ୍କ ପ୍ରତି ଅଧିକ ବିଶ୍ବସ୍ତ ହୋଇଯାଇଥିଲେ।