ଏଏପି ସାଂସଦ ସଞ୍ଜୟ ସିଂ ଗିରଫ

ସିତାପୁର,ଏଜେନ୍ସି: ଆମ ଆଦମି ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ। ପ୍ରାୟ ଦୁଇ ଦିନ ଧରି ସୀତାପୁରର ବିଶ୍ବାଅନରେ ଅଟକ ଥିବା ଆପ ସାଂସଦ ସଞ୍ଜୟ ସିଂଙ୍କୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ପୋଲିସ ଧାରା ୧୫୧/୧୦୭ ଆଇପିସି ଅଧୀନରେ ସିଂ ଏବଂ ଅନ୍ୟ ୧୫ ଜଣଙ୍କୁ ଗିରଫ କରିଛି।
ସୋମବାର ଠାରୁ ତାଙ୍କୁ ଅଟକ ରଖାଯାଇଥିଲା।

ସଞ୍ଜୟ ସିଂ କହିଛନ୍ତି ସ୍ବାଧୀନତାର ୭୫ବର୍ଷ ପରେ କିଛି ବଦଳିନାହିଁ। ଲଖୀମପୁର ଖେରୀରେ ଯେଉଁଭଳି କୃଷକଙ୍କ ଉପରେ ଗାଡି ଚଢାଇ ଦିଆଗଲା ତାହା ଅତ୍ୟନ୍ତ ଦୁଃଖଦାୟକ। ସରକାରଙ୍କ ଦୃଷ୍ଟିରେ ଚାଷୀମାନେ ପୋକ ଭଳି। ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ମନ୍ତ୍ରୀଙ୍କ ଚାଷୀଙ୍କ ଉପରେ ଚଢିଛି। ଏହା ସହିତ ଖେରୀ ଘଟଣାରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଉନ ବ୍ରତ ଉପରେ ପଶ୍ନ ଉଠାଇଛନ୍ତି ସାଂସଦ ସଞ୍ଜୟ ସିଂ। ଏହା ସହିତ ଏକ ଭିଡିଓ ଜାରି କରି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।