କାଶ୍ମୀରରେ ଗୋଟିଏ ଘଣ୍ଟାରେ ତିନି ଆତଙ୍କୀ ହମଲା

ଶ୍ରୀନଗର,ଏଜେନ୍ସି: ଗୁଳିରେ ପ୍ରକମ୍ପିତ ହୋଇ ଉଠିଲା କାଶ୍ମୀର ଉପତ୍ୟକା। ଜମ୍ମୁ-କଶ୍ମୀରରେ ଗତ ଏକ ଘଣ୍ଟାରେ ଆତଙ୍କବାଦୀ ତିନିଟା ଆତଙ୍କୀ ଘଟଣା ଘଟାଇଛନ୍ତି। ପ୍ରଥମ ଆକ୍ରମଣ ଜଣାଶୁଣା ଫାର୍ମାସୀ ବ୍ୟବସାୟୀଙ୍କ ଉପରେ ହୋଇଛି। ଏହା ପରେ ଶ୍ରୀନଗରର ମଦିନ ସାହିବରେ ଷ୍ଟ୍ରିଟ୍ ହକରଙ୍କ ଉପରେ ଗୁଳି ମାଡ କରିଛନ୍ତି ଏବଂ ପରେ ବାନ୍ଦିପୁରା ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ପୁଲିସ ଅନୁଯାୟୀ, ଆତଙ୍କବାଦୀ ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ତାଙ୍କ ପରିଚୟ ନାୟଦଖାଇ ନିବାସୀ ମହମ୍ମଦ ଶଫି ଲୋନ ଭାବେ ହୋଇଛି। ସୁରକ୍ଷାବଳ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଚଳାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାସ୍ଥଳରେ ପୁଲିସ ବଳ ମୁତୟନ କରାଯାଇଛି।

ଏହି ଘଟଣାର କିଛି ମିନିଟ୍ ପୂର୍ବରୁ ଆତଙ୍କବାଦୀ ଶ୍ରୀନଗରର ଇକବାଲ ପାର୍ଟିରେ ଏକ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ ଅନୁଯାୟୀ, ୬୮ ବର୍ଷୀୟ ବିନ୍ଦୁରୁ ଦୋକାନରେ ଗ୍ରାହକଙ୍କୁ ଔଷଧ ଦେଉଥିବା ବେଳେ ଆତଙ୍କୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ପରେ ସବୁ ଆତଙ୍କୀ ଫେରାର ହୋଇ ଯାଇଛନ୍ତି।