ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ପଣ୍ଡ ହେଲା ନକ୍ସଲଙ୍କ ବଡ ଧରଣର ଯୋଜନା। ଗୋଣ୍ଡିଆ ଜିଲ୍ଲାର ସାଲେକାସା ଅଞ୍ଚଳରେ ସି -୬୦ କମାଣ୍ଡୋ ଏବଂ ବୋମା ନିଷ୍କାସନ ତଥା ଚିହ୍ନଟକାରୀ ଦଳ ମିଳିତ ଅପରେସନରେ ଶନିବାର ନକ୍ସଲ ଲୁଚି ରହିଥିବା ସ୍ଥାନରୁ ବିସ୍ଫୋରଣ ସାମଗ୍ରୀ ଓ ଇଲେକ୍ଟ୍ରୋନିକ ଡିଟୋନେଟର ଜବତ କରିଛନ୍ତି।
ଗୋଣ୍ଡିଆ ପୁଲିସ ଅଧୀକ୍ଷକ ବିଶ୍ୱ ପନସାରେ କହିଛନ୍ତି ଯେ, ୨୦ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଏକ ଷ୍ଟିଲ ବକ୍ସ, ବିସ୍ଫୋରକ ତିଆରି ପାଇଁ ୧୫୦ଟି ରୋଡ ଏବଂ ପାହାଡ ଜଙ୍ଗଲରୁ ୨୭ଟି ଇଲେକ୍ଟ୍ରୋନିକ ଡିଟୋନେଟର ଜବତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁଏପିଏ ଏବଂ ବିସ୍ଫୋରକ ଆଇନର ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି।