ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକରେ ଚିତ୍ରଦୁର୍ଗା ଜିଲ୍ଲାରେ ବସ ସହ ଗୋଟିଏ କାରର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି(ଶନିବାର) ବିଳମ୍ବିତ ରାତ୍ରିରେ ବେଙ୍ଗାଲୁରୁରୁ ଲିଙ୍ଗାସୁରୁ ଅଭିମୁଖେ ଯାଉଥିବା ଏକ ବସ୍ ଚିତ୍ରଦୁର୍ଗା ଜିଲ୍ଲାର ମୋଲକାଲମୁରୁ ତାଲୁକର ବିଜିକେରେ ଗାଁ ନିକଟରେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ମୋଲାକାଲମୁରୁ ଥାନାରେ ଏକ ମାମଲା ରୁଜୁ ହୋଇଛି।